ଛୁରିଆ ଗଡ଼ ନିକଟରେ ଘଟିଛି ଏକ ଦୁଃଖଦ ବାଇକ ଦୁର୍ଘଟଣା। କଲେଜ ଛାତ୍ର ରାହୁଲ ଗୁରୁ ଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ରାହୁଲ କଲେଜ ରୁ ଫର୍ମ ଫିଲପ କରି ଘରକୁ ଫେରୁଥିବା ବେଳେ ବାଇକ ର ଭାରସାମ୍ୟ ହରାଇ ରାସ୍ତା ପାଖରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଉଭୟ ଆହତ ଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ଭୀମ ଭୋଇ ମେଡିକାଲକୁ ଆଣାଯାଇଥିଲା। ସେଠାରେ ଡାକ୍ତରମାନେ ରାହୁଲଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଆହତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।