ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ଵର ଆର ଏମ ସି ପରିସରରୁ ଚୋରା ପାଇପ ବୋଝେଇ ଟ୍ରକ ଜବତ,୬ ଗିରଫ
ବୁଧୁବାର ଅପରାହ୍ନରେ ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ପୋଲିସ ଆର ଏମ ସି ପରିସରରୁ ଏକ ଟ୍ରକ ରେ ୨୭ ଖଣ୍ଡ ଡି ଆଇ ପାଇପ ଜବତ କରିଛି ପୋଲିସ। ଆର ଏମ ସି ପରିସର ରେ ବାଲେଶ୍ଵର ପି ଏଚ ଡି ଷ୍ଟକ୍ ୟାର୍ଡ ରୁ ଏହି ପାଇପ କୁ ଚୋରି କରି ନେଉଥିବା ବେଳେ ଶିଳ୍ପାଞ୍ଚଳ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପାଇପ ବୋଝେଇ ଟ୍ରକ କୁ ଜବତ କରିବା ସହ ୬ ଜଣ ଙ୍କୁ ଗିରଫ କରିଛି। ଜବତ ଟ୍ରକର ନମ୍ବର BR-24 GC 7761। ଏ ସଂପର୍କରେ ରାତି ୧୦ ଟାରେ ଡିଆଇଭି ଡିଏସପି ନିବେଦିତା ସୋରେନ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।