ଜିଲ୍ଲା ସ୍ତରୀୟ 'ସୁଶାସନ ସପ୍ତାହ-ପ୍ରଶାସନ ଗାଁ କି ଓର' କର୍ମଶାଳା କାର୍ଯ୍ୟକ୍ରମ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଅଛି। ମଂଗଳବାର ମଧ୍ୟାହ୍ନରେ ଏହି କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ ଡ଼. ପ୍ରମୋଦ କୁମାର ପୃଷ୍ଟି (ସାଧାରଣ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା (ରାଜସ୍ବ ), ମୃଣାଲିକା ରାଠୋର ଆଇ.ଏ .ଏସ, ଛତ୍ରପୁର ଉପଜିଲ୍ଲାପାଳ ଶୁଭାଶିଷ ବରାଳ ଯୋଗଦାନ କରିଥିଲେ ।