ବଲାଙ୍ଗୀର ସବ୍-ଡିଭିଜନ୍ ଅନ୍ତର୍ଗତ ବିଭିନ୍ନ ପ୍ୟାକ୍ସ୍ରେ ଧାନ କ୍ରୟ ପ୍ରକ୍ରିୟା ଓ ସମ୍ବନ୍ଧିତ ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଏସିଷ୍ଟାଣ୍ଟ କଲେକ୍ଟର, ଏସିଏସଓ ଓ ଆରଏମସି ସଚିବ। କ୍ରୟ କେନ୍ଦ୍ରରେ ଓଜନ, ମାପ, ଟୋକନ୍ ବ୍ୟବସ୍ଥା, ଆର୍ଦ୍ରତା ପରୀକ୍ଷା ଓ ଚାଷୀ ସୁବିଧାକୁ ନେଇ ସମୀକ୍ଷା କରାଯାଇଛି। ଚାଷୀମାନେ ଯେପରି ସମୟରେ ଓ ସୁଚାରୁ ଭାବେ ଧାନ ବିକ୍ରୟ କରିପାରିବେ, ସେଥିପାଇଁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି।