ବାମରା ବ୍ଲକ ସଗରା ପଞ୍ଚାୟତ ଅନ୍ତର୍ଗତ ଫଟାଟାଙ୍ଗର ଠାରେ ଚାଲିଥିବା ପଞ୍ଚଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ସ୍ଥାନୀୟ ଜୟହିନ୍ଦ କ୍ଳବ୍ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ଏହାର ଫାଇନାଲ ମ୍ୟାଚରେ ଝିରପାଣି ଦଳକୁ ପେନାଲ୍ଟୀ ଶୁଟଆଉଟରେ ହରାଇ ଚୁଙ୍ଗିମାଟି ଦଳ ବିଜେତା ହୋଇଥିଲା। ଆଜି ସନ୍ଧ୍ୟା ୬ ଟାରେ ଆୟୋଜିତ ହୋଇଥିବା ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାମରା ବ୍ଲକ ଅଧ୍ୟକ୍ଷା ପିଙ୍କି ଧୁରୁଆ ଯୋଗ ଦେଇ ବିଜେତା ଦଳ କୁ ପୁରସ୍କୃତ କରିଥିଲେ।