ବିଭାଗୀୟ ଅଧିକାରୀ ଚାଷୀଙ୍କୁ ଆଳୁ ନଦେଇ ବିଭିନ୍ନ ଦୋକାନ, ବଜାର, ଓ ହୋଟେଲରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ। ଗତ ଶନିବାର କୃଷି ଉଦ୍ୟାନ ପକ୍ଷରୁ ଚାଷୀଙ୍କୁ ବାଣ୍ଟିବା ପାଇଁ ଗୋଟିଏ ଟ୍ରକରେ ଆସିଥିଲା ତାହା ଚାଷୀଙ୍କୁ ନ ବାଣ୍ଟି ବ୍ୟବସାୟୀ , ହୋଟେଲ୍ ମାଲିକ ଓ କିଛି ଅସାଧୁ ବ୍ୟକ୍ତି ଟ୍ରକକୁ ହାଇଯାକ୍ କରି ନେଇଯାଇଥିବା ଅଭିଯୋଗ ହୋଇଛି। ଟ୍ରକରୁ ଜଣେ ବ୍ୟବସାୟୀଙ୍କ ପିକଅପ୍ ଭ୍ୟାନରେ ଓନଲୋଡ ହେଉଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।