କନ୍ଧମାନ ଜିଲ୍ଲାର ସ୍ବାତୀ ଓ ରାଜ୍ୟ ଏ.ଡ୍.ସ୍. ନିୟନ୍ତ୍ରଣ ସମିତି ଭୂବନେଶ୍ବର ଙ୍କ ମିଳିତ ସହଯୋଗରେ ଅକ୍ଟୋବର ୨୮ ତାରିଖ ଠାରୁ ନଭେମ୍ବର ୦ ୨ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପି ପାଳନ ହେବାକୁ ଥିବା ଦୁର୍ନିତି ନିବାରଣ ସପ୍ତାହ-୨୦୨୫ ଟିକାବାଲି ପଂଚାୟତ ଗୃହ ଠାରୁ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଂଚ କୁନ୍ଦୁରୁ ମଲ୍ଲିକ ଙ୍କ ସଭାପତିତ୍ୱରେ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରକଳ୍ପ ସଂଯୋଜକ ବିଶ୍ୱରଞ୍ଜନ କର ସ୍ବାଗତ ଜଣାଇବା ସହ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ ।