ବ୍ରହ୍ମପୁର ଉପକଣ୍ଠ ମା ମହୁରୀ କାଳୁଆ ପୀଠର ଉନ୍ନତି କରଣ ପାଇଁ ଅର୍ଥ ମଞ୍ଜୁର ହୋଇଛି। କାମ ବି ଚାଲିଛି। ତେବେ ଉନ୍ନତିକରଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଥିବା ଯୋଗୁଁ ପର୍ଯ୍ୟଟକ ଅସୁବିଧା ଭୋଗୁଛନ୍ତି। ଏଭଳି ଅଭିଯୋଗ କରି ଗୁରୁବାର ଅପରାହ୍ନରେ ବ୍ରହ୍ମପୁର କୋର୍ଟ ପରିସରରେ ପ୍ରତିକ୍ରିୟା ରଖିଛନ୍ତି ଆଇନଜୀବୀ ପ୍ରଦୀପ ବେହେରା ।