ରାଉରକେଲା ସହର ଏବେ ଦେଶର ଚତୁର୍ଥ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି।ପ୍ରବଳ ଶୀତରେ ଥରୁଛି ସାରା ରାଉରକେଲା ।ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ଆଗାମୀ ୨ ଦିନ ପ୍ରବଳ ଶୀତ ସମ୍ଭାବନାକୁ ନେଇ ୟୋଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।ଶନିବାର ମଧ୍ୟାହ୍ନରେ ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।