ଧରାକୋଟ: 27 ବର୍ଷ ପରେ ଜନ୍ମ ମାଟିକୁ ଫେରିଲେ ଦାଦନ ଶ୍ରମିକ,ରୋଜଗାର ଉଦେଶ୍ୟ ନେଇ ଗୁଜୁରାତ ଯାଇ ନିଖୋଜ ହୋଇଯାଇଥିଲେ ଚାଞ୍ଚରାପଲି ର ବ୍ୟକ୍ତି
ଦୀର୍ଘ 27 ବର୍ଷ ପରେ ପୁଣି ପରିବାର ରେ ଖେଳିଲା ଖୁସି l ଘରକୁ ଫେରିଲେ ନିଖୋଜ ସଦସ୍ୟ l ସାହି ପଡୋଶୀ ପରିବାର ସଦସ୍ୟ ସମସ୍ତ ଙ୍କ ଆଖିରେ ଖୁସିର ଲୁହ l ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇଥିବା ନିଖୋଜ ଯୁବକ ଦୀର୍ଘ 27 ବର୍ଷ ପରେ ପୁଣି ଫେରିଛି ଘରକୁ l ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଚାଞ୍ଚରାପଲ୍ଲୀ ଗ୍ରାମରେ l ଗ୍ରାମର ଜିତେନ୍ଦ୍ର କୁମାର ଜେନା 1998 ମସିହାରେ ରୋଜଗାର ଉଦେଶ୍ୟ ନେଇ ସୁଦୂର ଗୁଜୁରାତ ସୁରଥ କୁ ଯାଇଥିବା ବେଳେ ସେବେଠାରୁ ପରିବାର ସଦସ୍ୟ କିମ୍ବା ତାଙ୍କ ସମ୍ପର୍କୀୟ ଜିତେନ୍ଦ୍ର ଙ୍କ କୌଣସି ଖୋଜ ଖବର ପାଇପାରିନଥିଲେ l