ବାରିପଦା ମ୍ୟୁନିସିପାଲଟି: ବାହାନଡ଼ା ଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବାରିପଦା ବିଧାୟକ ପ୍ରକାଶ ସୋରେନ
ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ବାହାନଡ଼ା ଗ୍ରାମ ପଞ୍ଚାୟତ ଠାରେ ବୁଧବାର ଦିନ ପ୍ରାୟ ୯ଟାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଖୁଣ୍ଟା ବ୍ଲକର ବିଡିଓ ସତ୍ୟଜିତ ରାଉତ ଓ ଅନ୍ୟାନ୍ୟ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ପଞ୍ଚାୟତ ଅଫିସ କୁ ଝାଡୁ ଧରି ସ୍ୱଚ୍ଛତା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।