ସୁକିନ୍ଦା: ସୁକିନ୍ଦାଗଡରେ କାଳୀପୂଜା ମହୋତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ
Sukinda, Jajpur | Oct 20, 2025 ସୁକିନ୍ଦାଗଡରେ କାଳୀପୂଜା ମହୋତ୍ସବ 2025 ମହାଆଡ଼ମ୍ବରରେ ଆଜିଠାରୁ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ସୋମବାର ସନ୍ଧ୍ୟାରେ 6 ଘଟିକା ସମୟରେ ସୁକିନ୍ଦାଗଡ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ଖଣ୍ଡୁରାଇ ମନ୍ଦିରରେ ବହୁ ଶ୍ରଦ୍ଧାଳୁଙ୍କ ସହିତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମାଙ୍କ ଦର୍ଶନ କରି ଆଶ୍ରିବାଦ କାମନା କରିଥିବା ଦେଖିବାକୁ ମିଳିଥିଲା । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସନ୍ତୋଷ ପ୍ରଧାନଙ୍କ ଦ୍ଵାରା ମା କାଳୀଙ୍କ ବାଲୁକା କଳାକୁର୍ତ୍ତି ଶ୍ରଦ୍ଧାଳୁ ମାନଙ୍କ ମନ ମୋହି ନେଇଥିଲା ।