ହିନ୍ଦୋଳ: ହିନ୍ଦୋଳ ରେଞ୍ଜ ପାଇକ ପୁରୁଣାକୋଟ ଗ୍ରାମ ନିକଟରେ ହାତୀ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ପାଇକ ପୁରୁଣାକୋଟ ଗ୍ରାମର ମିଶ୍ର ସାହିରେ ଆଜି ସନ୍ଧ୍ୟାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ମୃତ ହାତୀଟି କିଛି ଦିନ ହେଲା ଅସୁସ୍ଥ ହୋଇ ପଡିଥିଲା।ଚିକିତ୍ସା ଅବହେଳା କାରଣରୁ ତାର ମୃତ୍ୟୁ ହୋଇଯାଇଥିବାର ଗ୍ରାମବାସୀ ମାନେ ଅଭିଯୋଗ କହୁଛନ୍ତି। ହେଲେ ପ୍ରକୃତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ।ଏହି ମୃତ ହାତୀଟି ଗତ ଏକ ସପ୍ତାହ ହେବ ଅସୁସ୍ଥ ହୋଇ ଥିବା ବେଳେ ଛଟପଟ ହୋଇ ଦୀର୍ଘ ସମୟ ପରେ ମୃତ୍ୟୁ ହୋଇଛି। ଗ୍ରାମବାସୀଙ୍କଠାରୁ ଖବର ପାଇ କିଛି ବିଳମ୍ବଳରେ ବନ କର୍ମଚାରୀ ପହଂଚିଛନ୍ତି। ଶବ ବ୍ୟବଛେଦ ପରେ ହାତୀର ମୃତ୍ୟୁର କାରଣ ଜଣାପଡିବ