ବଲାଙ୍ଗୀର ଜିଲ୍ଲା ହରଡା ଟାଲ ଠାରେ ଷଡ଼ବଂଶିୟ ୪୫୦୦ ଘର ଗଣ୍ଡ ସମାଜ ର ପଞ୍ଜିକୃତ ନମ୍ବର ଉନ୍ମୋଚନ ସହ ବିଶାଳ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହେଲା। ଏହି ଅବସରରେ ସମାଜ ର ସଭାପତି ପଞ୍ଜିକୃତ ନମ୍ବର ଉନ୍ମୋଚନ କରି ସମାଜ ର ଏକତା ଓ ସଂଗଠନ ର ଗୁରୁତ୍ୱ ବିଷୟରେ ପ୍ରତିକ୍ରିୟା ରଖିଲେ। ସେ କହିଲେ — “ଏହା ଆମ ସମାଜ ର ପାଇଁ ଗୌରବ ର ମୁହୂର୍ତ୍ତ। ଏହି ପଞ୍ଜିକୃତ ନମ୍ବର ଆମକୁ ଆଗାମୀ ଦିନରେ ଏକ ସଂଘବଦ୍ଧ ଶକ୍ତି ଭାବେ ଗଠନ କରିବାରେ ସହାୟତା କରିବ।” କାର୍ଯ୍ୟକ୍ରମରେ ଅନେକ ଅତିଥିମାନେ ଯୋଗଦେଇ ସମାଜ ର ଉନ୍ନତି ପାଇଁ ଅନେକ ପ୍ରସ୍ତାବ ରଖିଲେ।