ଶୁକ୍ରବାର ଦିନ ପ୍ରାୟ ୩ ଟାରେ କପ୍ତିପଦା ଉପଖଣ୍ଡ ସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ଶାଳଖୁଣ୍ଟା ସ୍ଥିତ ପିଏମ ଶ୍ରୀ ସରକାରୀ (ଏସଏସଡି) ଉଚ୍ଚ ବିଦ୍ୟାଳୟ ଠାରେ ଏହି ଉପଖଣ୍ଡ ସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିବା ନେଇ ଜଣାପଡିଛି।