ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓଁ ଶ୍ରୀ ଶିରିଡ଼ି ସାଇ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆଜି ଶିରିଡି ସାଇ ବାବାଙ୍କ ପାଲିଙ୍କି ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଆଜି ବୁଧବାର ସକାଳୁ ଶିରଡି ସାଇ ବାବାଙ୍କ ଫୋଟୋଚିତ୍ରକୁ ମହାଭିଷେକ କରାଯିବା ପରେ ନୈବେଦ୍ୟ ପ୍ରଦାନ, କାକଡ଼ ଆରତି ଓ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଶ୍ରଦ୍ଧାଳୁମାନେ ସାଇବାବାଙ୍କ ପାଲିଙ୍କି କାନ୍ଧେଇ ବ୍ରଜରାଜନଗର ସହରର ପରିକ୍ରମା କରିଥିଲେ। ତେବେ ସାଇ ପାଲିଙ୍କି ଯାତ୍ରାରେ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ। ବ୍ରଜରାଜନଗର ର ବିଭିନ୍ନ ସ୍ଥାନରେ ପହଁଚିବା ପରେ ସାଇ ପାଲିଙ୍କି ଯାତ୍ରା