ଦେଶ ସେବା ପାଇଁ ଅଗ୍ନିବିର ଯବାନ ରେ ଗୋବିନ୍ଦ କୁମାର ସା ସାମିଲ ହେବା ପରେ ଗ୍ରାମକୁ ଫେରିଥିବା ବେଳେ ଆଜି ଗ୍ରାମବାସୀଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବ୍ରଜରାଜନଗର ଲମଟିବାହାଲ କ୍ୟାମସ ଛକ ନିବାସୀ ସଂଜୟ କୁମାର ସା ଓ ସଂଗୀତା ସା ଙ୍କ ପୁତ୍ର ଗୋବିନ୍ଦ କୁମାର ସା ଅଗ୍ନିବିର ଯବାନ ରେ ସାମିଲ ହୋଇଛନ୍ତି। ଏହାକୁ ନେଇ ଅଞ୍ଚଳରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସେ ଟ୍ରେନିଂ ସରିବା ପରେ ଘରକୁ ଆସିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଆଜି ସକାଳ ଏଗାରଟା ସମୟରେ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।