ବାଲେଶ୍ବର ମ୍ୟୁନିସିପାଲଟି: ସାଇବର ସୁରକ୍ଷା ସଚେତନତା ନେଇ ପୋଲିସ ଲାଇନ ଛକ ଠାରେ ସାଇକ୍ଲୋଥନ କାର୍ଯ୍ୟକ୍ରମରେ ଯୋଗ ଦେଲେ ଏସପି
ବାଲେଶ୍ୱର ରେ ସାଇବର ସୁରକ୍ଷା ଅଭିଯାନ କୁ ନେଇ ଆଜି ସକାଳ ୮ ଟାରେ ଅନୁଷ୍ଠିତ ହୋଇଛି ସାଇକ୍ଲୋଥନ୍ କାର୍ଯ୍ୟକ୍ରମ।ବାଲେଶ୍ଵର ସହର ଓଟି ରୋଡ ପୋଲିସ ଲାଇନ ଛକ ଠାରେ ଥିବା i love balasore ପଏଣ୍ଟ ଠାରୁ ଏହି ମାରାଥନ ଆରମ୍ଭ ହୋଇଥିଲା।ଏହା ଫାଣ୍ଡି ଛକ,ସିନେମା ଛକ ଓ ଆଜୀମାବାଦ୍ ମଧ୍ୟ ଦେଇ ମାରାଥନ ସାଇକଲ ଗଡିଥିଲା।ଏଥିରେ ଅନେକ ଆଥଲେଟ୍, ସ୍ଥାନୀୟ ବାସିନ୍ଦା ତତ୍ ସହିତ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।ଏହା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ସଭା ରେ ବାଲେଶ୍ୱର ଏସପି ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାଏକ ଯୋଗ ଦେଇଥିଲେ।