ମୁକିଂ କଂଗ୍ରେସ ନେତାଙ୍କ ଦ୍ୱାରା କେନ୍ଦ୍ରୀୟ ନେତୃତ୍ୱ ଉପରେ ଦିଆଯାଇଥିବା ଭୁଲ ଓ ବିବାଦିତ ଟିପ୍ପଣୀକୁ ନେଇ ବଲାଙ୍ଗୀରରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ସେ କହିଛନ୍ତି, ଏପରି ଅଦାୟିତ୍ୱପୂର୍ଣ୍ଣ ବକ୍ତବ୍ୟ ଦଳର ଛବିକୁ କ୍ଷତିଗ୍ରସ୍ତ କରେ ଓ କଂଗ୍ରେସର ଆଦର୍ଶ ସହ ସମଞ୍ଜସ ନୁହେଁ। ଦଳୀୟ ଶିଷ୍ଟାଚାର ରକ୍ଷା ପାଇଁ କେନ୍ଦ୍ର ନେତୃତ୍ୱ ଯଥୋଚିତ ପଦକ୍ଷେପ ନେବା ଦରକାର ବୋଲି ସେ ମତ ପ୍ରକାଶ କରିଛନ୍ତି।