ଶ୍ରଦ୍ଧା ଫାଉଣ୍ଡେସନ୍ ତରଫରୁ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମର ମିଳିତ ସହଯୋଗରେ ରବିବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ରେଳବାଇ ଅନୁଷ୍ଠାନ ପରିସରରେ ଏକ ଜିଲ୍ଲାସ୍ତରୀୟ ଚେସ୍ ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି। ଏଥିରେ ୨୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ । ଉଦଘାଟକ ଭାବେ ବ୍ରହ୍ମପୁର ଏସ୍ .ପି ଡ଼ ଶ୍ରବଣା ବିବେକ ଏମ୍, ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଯୋଗ ଦେଇ ସମସ୍ତ ପ୍ରତି ଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।