ସିମୁଳିଆ: ପାଟନା ଗ୍ରାମ ରେ ସିରିଜ ମନ୍ଦିର ଲୁଟ କରି ଫେରାର ଲୁଟେରା
ପୁଣି ମନ୍ଦିର କୁ ଲୁଟ କଲେ ଲୁଟେରା l ସିମୁଳିଆ ଥାନା ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତ ପାଟନା ଗ୍ରାମ ରେ ଥିବା 4ଗୋଟି ମନ୍ଦିର ରେ ସିରିଜ ଚୋରି l ମଙ୍ଗଳା ମନ୍ଦିର, ରାଧାକୃଷ୍ଣ ମନ୍ଦିର, ମହିଁଶାସୁରି ମନ୍ଦିର ଓ ସିଦ୍ଧବାସୁଳି ମନ୍ଦିର ରେ ଗତକାଲି ବିଳମ୍ବିତ ରାତିରେ ମନ୍ଦିରୁ ଲକ୍ଷାଧିକ ଟଙ୍କାର ଠାକୁର ଙ୍କର ସୁନା ରୁପା ର ଚିତା, ଲକେଟ, ମୁକୁଟ, ମା ମଙ୍ଗଳା ଙ୍କର ସୁନାର ମଙ୍ଗଳ ସୂତ୍ର, ରୁପାର ବେଲ ପତ୍ର, ରାଧା କୃଷ୍ଣ ମନ୍ଦିର ରୁପା ବଂଶୀ, ସୁନା ରୁପା ଅଳଙ୍କାର ଲୁଟି ଫେରାର ହୋଇଯାଇଛନ୍ତି ଲୁଟେରା l ଆଜି ରବିବାର ସିମୁଳିଆ ପୋଲିସ  ଘଟଣା ସ୍ଥଳ ରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି l