ଉଦଳା: ବ୍ୟାଙ୍କରେ ବନ୍ଧା ଦେଲେ ସୁନା ପାଇଲେ ଇମିଟେସନ; ଉଦଳା ଥାନାରେ ଅଭିଯୋଗ କରି ପ୍ରତିକ୍ରିୟା ଦେଲେ ହିତାଧିକାରୀ
ଟଙ୍କା ଆବଶ୍ୟକ ହେବାରୁ ବ୍ୟାଙ୍କରେ ବନ୍ଧକ ରଖିଲେ ସୁନା ଅଳଙ୍କାର ଆଉ ଆଣିଲେ ଋଣ । ହେଲେ ସୁନା ଅଳଙ୍କାର ମୁକୁଳାଇବା ସମୟରେ ଦେଇଥିବା ସୁନା ସାମଗ୍ରୀ ମଧ୍ୟରୁ ବାହାରିଲା ଇମିଟେସନ। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଉଦଳା ଏକ୍ସିସ ବ୍ୟାଙ୍କ ନାମରେ। ଯାହାକୁ ନେଇ ହିତାଧିକାରୀ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉଦଳା ଅଂଚଳର ବିଜୟ କୁମାର ସାହୁ ଏନେଇ ବୁଧବାର ଦିନ ପ୍ରାୟ ୧୧ଟାରେ ପ୍ରତିକ୍ରିୟା ଦେଇଛନ୍ତି।