ଆସନ୍ତା ଜାନୁଆରୀ ୧୯ ରୁ ୨୩ ପର୍ଯ୍ୟନ୍ତ ସ୍ଥାନୀୟ କୋଶଲ କଳା ମଣ୍ଡଳ ଠାରେ ୨୩ତମ ବଲାଙ୍ଗିର ଲୋକ ଉତ୍ସବ–୨୦୨୫ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ଏହାର ପ୍ରସ୍ତୁତି ନିମିତ୍ତେ ଆଜି ବନଖଣ୍ଡ କାର୍ଯ୍ୟାଳୟରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାର ଅଧ୍ୟକ୍ଷତା କରି ପାରମ୍ପରିକ ଲୋକକଳା ଓ ସଂସ୍କୃତିକୁ ପ୍ରାଥମିକତା ଦେଇ ମହୋତ୍ସବ ଆୟୋଜନ ଉପରେ ଜୋର ଦେଇଥିଲେ। ବୈଠକରେ ବିଭିନ୍ନ କମିଟି ଗଠନ ସହ ସୁଚାରୁ ଓ ଶାନ୍ତିଶୃଙ୍ଖଳାରେ ଉତ୍ସବ ଆୟୋଜନ ପାଇଁ ଆଲୋଚନା କରାଯାଇଥିଲା।