ଶଗଡ଼ିଆ ପୋଲ ନିକଟରେ ବାଇକ ଦୁର୍ଘଟଣା , ଜଣେ ଆହତ .ସମ୍ବଲପୁର ଜିଲ୍ଲା କଦଳୀଗଡ ସୁବଳିୟା ରାସ୍ତାର ଧଉରାଖମଣ ଶଗଡ଼ିଆ ପୋଲ ନିକଟରେ ଗୁରୁବାର ଅପରାହ୍ନରେ ବାଇକ୍ ରୁ ଖସି ଜଣେ ଯୁବକ ଆହତ ହୋଇଛନ୍ତି । ତାଙ୍କୁ କଦଳୀ ଗଡ ଟୋଲ ଗେଟ୍ ରେ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ସୁବଲିୟା ରୁ କଦଳୀଗଡ ଆସୁଥିବା ବେଳେ ଭାରସାମ୍ୟ ହରାଇ ବାଇକ ସହ ତଳେ ପଡ଼ିଯାଇଥିଲେ