ରକ୍ତହୀନତା, ଅପପୁଷ୍ଟି ଓ ସ୍ଵଚ୍ଚତା କୁ ନେଇ ବାମରା ବ୍ଲକ ଅଫିସ ଠାରେ ଏକ ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିତା ବାର୍ଲା ଙ୍କ ତତ୍ତ୍ଵାବଧାନରେ ଗୁରୁବାର ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରକ୍ତହୀନତା, ଅପପୁଷ୍ଟି ମୁକ୍ତ ପଞ୍ଚାୟତ ଗଠନ ଓ ସ୍ଵଚ୍ଚତା ଭଳି ଆବଶ୍ୟକ୍ୟତା ଉପରେ ବିଶେଷ ଆଲୋଚନା ସହ ତାଲିମ ପ୍ରଦାନ କରାଯାଇଥିଲା। ମୁଖ୍ୟ ତାଲିମଦାତା ଭାବେ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ।