କବିସୂର୍ଯ୍ୟନଗର: ସାଙ୍କୁଡ଼ା ଠାରେ ମନ କି ବାତ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ
ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଙ୍କ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟରେ ମନ କଥା କହୁଛନ୍ତି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡା ବ୍ଲକର ସାଙ୍କୁଡ଼ା ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିର ପରିସରରେ ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଉପସ୍ଥିତ ରହି ମନ କି ବାତ କାର୍ଯ୍ୟକ୍ରମ ସମ୍ପର୍କରେ ଯୋଗଦେବା ସହ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ । ବିଧାୟକଙ୍କୁ ସମ୍ବର୍ଦ୍ଧନା କରିବା ସହ ସମର୍ଥକ ଙ୍କ ସହ ସାଙ୍କୁଡ଼ା ଗ୍ରାମର ପ୍ରତ୍ୟେକ ସାହି ବୁଲି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।