ଜୟପୁର: ଜୟପୁର ସଦର ଥାନା ଅନ୍ତର୍ଗତ କଳାଗୁଡା ଜଙ୍ଗଲରେ ଅବକାରି ଚଢାଉ
ଜୟପୁର ସଦର ଥାନା ଅନ୍ତର୍ଗତ କଳାଗୁଡା ଜଙ୍ଗଲରେ ଆଜି ଅପରାହ୍ନ 2ଟାରେ ଅବକାରି ଚଢାଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୁଚନା ପାଇ ଜୟପୁର ଅବକାରି ଥାନା ଆଜି ଚଢାଉ କରିଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ ୨୮ ଶହ ଲିଟର ପୋଚ ଓ ୨୨୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦ ରନ୍ଧା ସରଞ୍ଜାମ ଡ୍ରମ ଆଦିକୁ ଜବତ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।