କବିସୂର୍ଯ୍ୟନଗର: ବେଗୁନିଆପଡା ସମବାୟ ସମିତି କାର୍ଯ୍ୟାଳୟ ନିର୍ମାଣ ପାଇଁ ବିଡ଼ିଓ ଙ୍କୁ ଦାବିପତ୍ର
ସମବାୟ ସମିତି ମଧ୍ୟମରେ କୃଷକ ଓ କୃଷିର ଉର୍ନ୍ନତି ସାଧିତ ହେଉଛି । କୃଷକଙ୍କୁ ବିହନ, ସାର ଓ କୃଷି ଯନ୍ତ୍ରପାତି ଯୋଗାଇଵା ସହ କୃଷି କାର୍ଯ୍ୟ ପାଇଁ ଋଣ ପ୍ରଦାନ କରାଯାଉଛି । ଅନେକ ସ୍ଥାନରେ ସମବାୟ କାର୍ଯ୍ୟାଳୟ ନ ଥିବାରୁ ଏଥିରେ ଅନେକ ଅସୁବିଧା ହେଉଛି । କେତେକ ସ୍ଥଳରେ କାର୍ଯ୍ୟାଳୟ ପାଇଁ ଟଙ୍କା ନଥିବା ବେଳେ କେତେକ ସ୍ଥାନରେ ଟଙ୍କା ମଞ୍ଜୁରୀ ହୋଇଥିଲେ ମଧ୍ୟ କାର୍ଯ୍ୟାଳୟ ନିର୍ମାଣ ହୋଇ ପାରୁ ନାହିଁ । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋଦ ବେଗୁନିଆପଡା ସେବା ସମବାୟ ସମିତିରେ । ବେଗୁନିଆପଡା ଗ୍ରାମର କେତେକ ଚାଷୀ ବେଗୁନିଆପଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।