ବଲାଙ୍ଗୀର,ଆଗଲପୁର ତହସିଲର ପୂର୍ବତନ ସେକ୍ସନ୍ ଅଫିସର ଶ୍ରୀ କିଶୋର ଚନ୍ଦ୍ର ଖରସେଲ ଲାଞ୍ଚ ମାମଲାରେ ଆଜି ବଲାଙ୍ଗୀର ଭିଜିଲାନ୍ସ ବିଶେଷ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଓଡ଼ିଶା ଭିଜିଲାନ୍ସ ଦ୍ୱାରା ସମ୍ବଲପୁର ଭିଜିଲାନ୍ସ ଥାନା ରେ ମାମଲା ନମ୍ବର ୧୪ ତା. ୩୦.୦୩.୨୦୨୨ ରେ ମାମଲା ରଜିଷ୍ଟାର ହୋଇଥିଲା। ଖରସେଲଙ୍କ ଉପରେ ଅଭିଯୋଗ ଥିଲା ଯେ ସେ ଜଣେ ଟ୍ରାକ୍ଟର ମାଲିକଙ୍କ ପାଖରୁ ଅବୈଧ ବାଲୁକା ପରିବହନ ମାମଲାର ଜରିମା ପୂରାପୂରି ମାଫ କରିବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରିଥିଲେ। ଏହି ମାମଲାରେ ଆଜି ବଲାଙ୍ଗୀର ଭିଜିଲାନ୍ସ ବିଶେଷ ନ୍ୟାୟାଧୀଶ ତାଙ୍କୁ ଦୋଷୀ