ବଲାଙ୍ଗୀର: ରତାଖଣ୍ଡି ଜଙ୍ଗଲ ଯୁବତୀଙ୍କ ଗଳିତ ଶବ ଉଦ୍ଧାର ଘଟଣା ମାତାଙ୍କ ଆବେଗପୂର୍ଣ୍ଣ ପ୍ରତିକ୍ରିୟା ଝିଅକୁ ହତ୍ୟା କରା ଜାଇଥିବା କଲେ ଅଭିଯୋଗ
ପାଟଣାଗଡ଼ ଥାନା ଅନ୍ତର୍ଗତ ତେଣ୍ଡାପଦର ପଞ୍ଚାୟତ ରତାଖଣ୍ଡି ଗାଁ ନିକଟ ଜଙ୍ଗଲ ଭିତରୁ ନିଖୋଜ ଝିଅ ସୁନିତା ଷାଣ୍ଡ ଙ୍କ ମୃତଦେହ ମିଳିଥିବାରୁ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗତ ୮ ତାରିଖ ରୁ ନିଖୋଜ ଥିବା ସୁନିତାଙ୍କ ଶବ ଆଜି ସକାଳୁ ଗ୍ରାମବାସୀ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳକୁ ପୋଲିସ ଓ ବିଜ୍ଞାନୀୟ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହା ହତ୍ୟା ନା ଆତ୍ମହତ୍ୟା — ତଦନ୍ତ ପରେ ସ୍ପଷ୍ଟ ହେବ।