ଅର୍ଜୁନ ଡିଗ୍ରୀ କଲେଜ୍ ର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ ରେଢ଼ାଖୋଲ ବ୍ଳକ କଦଳୀଗଡ ସ୍ଥିତ ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ ର ତୃତୀୟ ପ୍ରତିଷ୍ଠା ଦିବସ ଗୁରୁବାର ସକାଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଅଖିଳେନ୍ଦ୍ର ଶାସନୀ ସଭାପତିତ୍ବରେ ପାଳିତ ହେଇ ଯାଇଛି। ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଏକ ଶୋଭା ଯାତ୍ରା ରେ କନ୍ଧରା ସ୍ଥିତ ଭୀମ ଭୋଇ ସ୍ମୃତି କୁପ ଠାରେ ବିଶେଷ ପୂଜା ଆୟୋଜନ ପୂର୍ବକ ପ୍ରଜ୍ବଳିତ ଜ୍ୟୋତି ଅଣାଯାଇ ମହାବିଦ୍ୟାଳୟ ରେ ସ୍ଥାପନ କରା ଯାଇଥିଲା।