ବାମନଘାଟି ଉପଖଣ୍ଡର ମୟୁରଭଞ୍ଜ ଓ ଝାରଖଣ୍ଡ ସୀମାନ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ସୀମାନ୍ତବର୍ତ୍ତି ତିରିଂ ଥାନା ଅନ୍ତର୍ଗତ ବଡସିଆଜଙ୍ଗ (ଗୁମୁଦିଘୁଟୁ) ଗ୍ରାମରେ ମଙ୍ଗଳବାର ରାତିରେ ଡକାୟତି ହୋଇଛି। ଅଶ୍ବନୀ ମହାନ୍ତ ରାତିରେ ନିଜ ଗୁହାଳ ଘରେ ଥିବାବେଳେ ୫ ଜଣ ଡକାୟତ ତାଙ୍କ ଘରକୁ ପଶି ଆସିଥିଲେ।ଘରେ ଥିବା ୬୧,୨୦୦ ଟଙ୍କା ସମେତ ସୁନା ଅଳଙ୍କାର, ଏଟିଏମ୍ କାର୍ଡ ଓ କଂସା ବାସନ ସବୁ ଲୁଟି ନେଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ। ଲୁଟି କରି ଘରୁ ଚମ୍ପଟ ମାରିଥିଲେ।