ବସ୍ତା: ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଲୁହା ରୋଲ ବୋଝେଇ ଟ୍ରକ,ଚାଳକ ଆହତ, ଘଟଣା ଘଟିଛି ମଥାନୀ ବାଇପାସ ନିକଟରେ
Basta, Balasore | Nov 30, 2025 ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଲୁହା ରୋଲ ବୋଝେଇ ଟ୍ରକ, ଚାଳକ ଆହତ,ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥର ମଥାନୀ ବାଇପାସ ନିକଟରେ ଏକ ଲୁହା ରୋଲ ବୋଝେଇ ଟ୍ରକ ଭରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିବା ଫଳରେ ଚାଳକ ଆହତ ହୋଇଛନ୍ତି।ସୂଚନା ଅନୁସାରେ ଆଜି ସକାଳେ ସମୟରେ ଟିଏନ୍ ୧୮ବିଟି ୮୮୪୩ ନମ୍ବର ବିଶିଷ୍ଟ ଏକ ଲୁହା ରୋଲ୍ ବୋଝେଇ ଟ୍ରକ ଜଳେଶ୍ୱର ରୁ ବାଲେଶ୍ଵର ଅଭିମୁଖେ ଯିବା ସମୟରେ ଉକ୍ତ ବାଇପାସ୍ ନିକଟରେ ଭରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା।ଫଳରେ ଗାଡ଼ିରେ ଥିବା ଚାଳକ ଗୁରୁତର ହୋଇଥିଲେ।ଖବର ପାଇ ଜାତୀୟ ରାଜପଥ ପହରା ପୁଲିସ ପହଞ୍ଚି