ହିନ୍ଦୋଳ: ସୁକିଆବାଉତି ନିକଟରେ ଯାତ୍ରୀବାହୀ ବସ ଧକ୍କାରେ ଯୁବକ ଗୁରୁତର
ଢେଙ୍କାନାଳ ରାସୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତାର ସୁକିଆବାଉତି ମନ୍ଦିର ନିକଟରେ ସୋମବାର ଅପରାହ୍ନ ୫ଟା ବେଳେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତିା ସୂଚନା ମୁତାବକ ରାସୋଳ ଅଞ୍ଚଳର ସର୍ବେଶ୍ଵର ସାହୁ ବାଇକରେ ଆସୁଥିବା ବେଳେ ଏକ ଯାତ୍ରୀବାହୀ ବସ ସାଇଡ ମାରିବାରୁ ଯୁବକ ଜଣଙ୍କ ଲହୁ ଲୁହାଣ ହୋଇଥିଲେ ।