ରବିବାର ସଂଧ୍ୟା ପ୍ରାୟ ୬ଟାରେ ମୟୂରଭଞ୍ଜ ଜିଲ୍ଳା ଖୁଣ୍ଟା ଥାନା ପକ୍ଷରୁ ଖୁଣ୍ଟା ମିନିଷ୍ଟାଡ଼ିୟମ ଠାରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଖୁଣ୍ଟା ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅତିଥି ଭାବେ ଅତିରିକ୍ତ ଏସପି ଦୀପକ ଗଚ୍ଛାୟତ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।