ସୋନପୁର: ୩ ୟ ସାର୍ବଜନୀନ ଦୁର୍ଗା ପୂଜା ନିମନ୍ତେ ଖଣ୍ଡହତାରେ କଳସ ଶୋଭାଯାତ୍ରା ଅନୁଷ୍ଠିତ
୩ ୟ ସାର୍ବଜନୀନ ଦୁର୍ଗା ପୂଜା ନିମନ୍ତେ ଖଣ୍ଡହତାରେ କଳସ ଶୋଭାଯାତ୍ରା ଅନୁଷ୍ଠିତ l ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୨ ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ୩ ୟ ସାର୍ବଜନୀନ ଦୁର୍ଗା ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି କ୍ରମରେ କମିଟିର କର୍ମକର୍ତ୍ତାଙ୍କ ସମେତ ଗ୍ରାମର ଶତାଧିକ ମହିଳା ନିକଟସ୍ଥ ଜଳାଶୟକୁ ଯାଇ, ସେଠାରେ ରୀତିନୀତି ଅନୁସାରେ ଗଙ୍ଗା ଦେବୀଙ୍କ ପୂଜାର୍ଚନା ପରେ ହାତରେ ଜଳପୂର୍ଣ କଳସି ଧରି, ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା ପୂର୍ବକ ପୂଜା ମଣ୍ଡପରେ କଳସ ସ୍ଥାପନ କରାଯାଇଛି