ପାପଡାହାଣ୍ଡି ବ୍ଲକ ସମ୍ବିଳନୀ କକ୍ଷ ଠାରେ ବ୍ଲକ ସ୍ତରୀୟ ମଣ୍ଡେଇ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇ ଯାଇଛି | ମଣ୍ଡେଇରେ କିଭଳି ଅଧିକ ସଂଖ୍ୟା ରେ ଲୋକଙ୍କୁ ସାମିଲ କରାଯିବ, ମୁଖ୍ୟ ଅତିଥି ଚୟନ, ରାସ୍ତାର ଟ୍ରାଫିକ ସମସ୍ୟା,ତାରିଖ ଏବଂ ଆରମ୍ଭ ସମୟ, ଖାଦ୍ୟ ପାନୀୟ ବ୍ୟବସ୍ଥା,ରାସ୍ତା କଡର ଆବର୍ଜନା ସଫା କରିବା, କଳାକାରଙ୍କୁ ଆଣିବା ନେବା ବ୍ୟବସ୍ଥା, ବିଭିନ୍ନ ବିଭାଗର ପ୍ରଦର୍ଶନୀ ଷ୍ଟଲ ଆଦି ବିଷୟରେ ମୁଖ୍ୟତଃ ଆଲୋଚନା ହୋଇଥିଲା |ବ୍ଲକ ଅଧ୍ୟକ୍ଷା ହେମଲତା ମାଝୀ,ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ପୂର୍ବତନ ବିଧାୟକ ଭୁଜବଳ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ |