ରେଢ଼ାଖୋଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଭଗବାନ ବୀର୍ସା ମୁଣ୍ଡା ଙ୍କ ୧୫୦ ତମ ଜୟନ୍ତୀ ପାଳିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶନିବାର ସକାଳେ ଭଗବାନ ବୀର୍ସା ମୁଣ୍ଡା ଙ୍କ ୧୫୦ ତମ ଜୟନ୍ତୀ ବା ଜନ ଜାତୀୟ ଗୈାରବ ଦିବସ ପାଳିତ ହୋଇଯାଇଛି । ରେଢ଼ାଖୋଲ ଭୀମଭୋଇ କଲେଜରେ ଅନୁଷ୍ଠିତ ଏକ ସଭାରେ ଅଧ୍ୟକ୍ଷ ଅମୂଲ୍ୟ କୃଷ୍ଣ ପାଢି , ଅଧ୍ୟକ୍ଷତା କରି ଜନଜାତି ସଂପ୍ରଦାୟର ଗୈାରବ ମୟ ସଂସ୍କୃତି, ପାରମ୍ପରିକତା , ସ୍ବାଧୀନତା ସଂଗ୍ରାମରେ ତାଙ୍କର ଅମର ବଳିଦାନ କୁ ସମ୍ମାନ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ମାନେଶ୍ୱର ବ୍ଲକ ଅନ୍ତର୍ଗତ ଦଶପୁର ସେବା ଶ୍ରମ ବିଦ୍ୟାଳୟ