ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଝାରବନ୍ଧ ପୋଲିସ ଦ୍ୱାରା ଝାରବନ୍ଧ ଛକ ଠାରେ ଆଜି ସନ୍ଧ୍ୟା 7ଟା ସମୟରେ ଏକ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଝାରବନ୍ଧ ଥାନାର ସମସ୍ତ ଷ୍ଟାଫ ଯୋଗଦେଇ ଲୋକ ମାନଙ୍କୁ ସାଇବର ଅପରାଧ କଣ ସେ ବାବଦରେ ଆଲୋକପାତ କରିଥିଲେ ଏବଂ ସେଥିରୁ କେମିତି ନିବୃତ ରହି ନିଜ ଧନ ଜୀବନ ବଞ୍ଚାଇ ପାରିବେ ସେ ଦିଗରେ ସୂଚନା ପ୍ରଦାନ କରିଥିଲେ l