ଜୟପୁର: ଜୟପୁର ସ୍ଥିତ ଘରୋଇ ବସ ଷ୍ଟାଣ୍ଡ ରେ ଅଗ୍ନି ନିରାପତ୍ତା ଉପରେ ସଚେତନତା କାର୍ଯ୍ୟକ୍ରମ
ଜୟପୁର ସ୍ଥିତ ଘରୋଇ ବସ ଷ୍ଟାଣ୍ଡ ରେ ଅଗ୍ନି ନିରାପତ୍ତା ଉପରେ ସଚେତନତା କାର୍ଯ୍ୟକ୍ରମ ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଛି ଲ ଜୟପୁର ଅଗ୍ନିଶମ ବିଭାଗ ଏବଂ ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ ଘରୋଇ ବସ୍ ଷ୍ଟାଣ୍ଡ ପରିସର ରେ ଅଗ୍ନି ସଚେତନତା ଶିବିର ତଥା କର୍ମଶାଳା ଆୟୋଜିତ ହୋଇଥିଲା । ସହକାରୀ ଅଗ୍ନିଶମ ଅଧିକାରୀ ସୁରେଶ କୁମାର ବାରିକ ଓ କେନ୍ଦ୍ରାଧିକାରୀ ସୂର୍ଯ୍ୟ ବେହେରା ଙ୍କ ନେତୃତ୍ଵ ରେ ପରିଚାଳିତ ଏହି କାର୍ଯ୍ୟକ୍ରମ ରେ. ଜୟପୁର ପୌର ପାଳିକା ର ଅଧ୍ୟକ୍ଷ ତଥା ବସ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ନରେନ୍ଦ୍ର ମହାନ୍ତି, ଅତିରିକ୍ତ ଅରଟିଓ ପ୍ରମୁଖ ଉପସ୍ଥିତଥିଲେ