ସୋର: ନୂଆଗାଁ ରେଳ ଫାଟକ ନିକଟରେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼, ଥାନାରେ ଅଭିଯୋଗ
Soro, Balasore | Sep 14, 2025 ସୋର ଥାନା ନୂଆଗାଁ ରେଳ ଫାଟକ ନିକଟରେ ଆଜି ଅପରାହ୍ନରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମରାଯାଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି। ମୂଳିସିଂ ଗ୍ରାମର ଜଣେ ଯୁବକ ସୋରରେ ଥିବା ଏକ ପ୍ରାଇଭେଟ ଫାଇନାନ୍ସରେ କାମ କରନ୍ତି। ଆଜି ରବିବାର ଛୁଟିଦିନ ଥିବାରୁ ସେ କୌଣସି କାମରେ ସୋର ଆସି ଘରକୁ ଫେରୁଥିବା ସମୟରେ ରେଳ ଫାଟକ ନିକଟରେ ଚାରି ଜଣ ଯୁବକ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ବାମ ହାତ ଭାଙ୍ଗିବା ସହିତ ସେ ଗୁରୁତ୍ତର ଆହତ ହୋଇଥିଲେ।ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯିବାରୁ ଯୁବକ ମାନେ ସେଠାରୁ ଫେରାର ହୋଇଯାଇଥିଲେ।