ଜହ୍ଲାଦ ସାଜିଲା ସ୍ୱାମୀ। ସ୍ତ୍ରୀ କୁ କାଠ ଫାଳିଆରେ ବାଡେଇ ମାରିଲା। ଏଭଳି ଘଟଣା ଘଟିଛି ଶରତ ଥାନା ପାତାସାହି ଅଞ୍ଚଳରେ। ତେବେ ପାରିବାରିକ କଳହ ର ଏହା କରୁଣ ପରିଣତି ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଅନେକ ବାର ଉଭୟ ଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା ବୋଲି କହିଛନ୍ତି ମୃତକଙ୍କ ପୁଅ ଏବଂ ଝିଅ। ଏନେଇ ଶୁକ୍ରବାର ଅପରାହ୍ନ ପ୍ରାୟ ୫ଟାରେ ସୂଚନା ମିଳିଛି।