ବାମରା ଟ୍ରଷ୍ଟ ଫଣ୍ଡ କଲେଜର ୪୨ ତମ ବାର୍ଷିକ ଉତ୍ସବ ଶନିବାର ଦିନ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। କଲେଜ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ୟାବିନେଟ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌଶଳ ବିକାଶ କରିବା କୁ ଆହ୍ଵାନ ଦେଇଥିଲେ। ରାଜଗାଙ୍ଗପୁର କଲେଜର ପୂର୍ବତନ୍ ଅଧ୍ୟକ୍ଷା ଡକ୍ଟର ହିରନ୍ ଲୁଗୁନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ, କଠିନ ପରିଶ୍ରମ ବିନା ସଫଳତା ପାଇବା କଷ୍ଟକର ବୋଲି ମତ ବ୍ୟକ୍ତ କରିଥିଲେ।