ସୋମବାର ସକାଳ ପ୍ରାୟ ୧୧ ସମୟରେ ମୁର୍ମୁ ଛକ ନିକଟରେ ଦୁଇ ଜଣ ଯୁବତୀ ଚାଲିକି କଲେଜ ଯାଉଥିବା ବେଳେ ଛିନତାଇ ହୋଇଛି। ଦୁଇ ଜଣ ଦୁର୍ବୁତ୍ତ କଳା ପଲସର ବାଇକରେ ଆସି ଛିନତାଇ କରି ଚମ୍ପଟ ମାରିଛନ୍ତି। ସ୍ଥାନୀୟ ଲୋକେ ଧରିବାକୁ ଚେଷ୍ଟା କରିଥିବା ବେଳେ ବିଫଳ ହୋଇଛନ୍ତି। ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଜାରି ରଖିଛନ୍ତି।