ଜୟପୁର ଠାରେ ୬ଟି ଜିଲ୍ଲାର ଶିକ୍ଷକ ଓ ଅଧ୍ୟାପକଙ୍କୁ ନେଇ ମଣ୍ଡଳ ସ୍ତରୀୟ ବନ୍ଦେ ମାତରମ ପ୍ରଶିକ୍ଷଣ ଶିବିର ବୁଧବାର ଅପରାହ୍ନ 1 ଘଣ୍ଟା ସମୟ ରେ ଅନୁଷ୍ଠିତ ହୋଇଛି । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜୟପୁର ପୌରସଂସ୍ଥାର ବାବା ସାହେବ ମଣ୍ଡପ ଠାରେ ଆୟୋଜିତ ଏହି ଶିବିରରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲାର ପ୍ରତ୍ୟେକ ବ୍ଲକ, ପୌରାଞ୍ଚଳର ୨ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଜଣେ ଅଧ୍ୟପକ ତଥା ଅଧ୍ୟାପିକା ମାନେ ଯୋଗଦାନ କରିଥିଲେ l