ଖଲ୍ଲିକୋଟ୍: କୁଟୁମ୍ବ କଲ୍ୟାଣ ମଣ୍ଡପ ନିକଟରେ ବାଇକ ଦୁର୍ଘଟଣା; ଜଣେ ଗୁରୁତର ଆହତ, ମେଡ଼ିକାଲରେ ଭର୍ତ୍ତି
କୁଟୁମ୍ବ କଲ୍ୟାଣ ମଣ୍ଡପ ନିକଟରେ ଆଜି ଦିନ ପ୍ରାୟ ୧୧ ଟା ସମୟରେ ଏକ ବାଇକ ଦୁର୍ଘଟଣା ଘଟି ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏକ ବାଇକ ରେ ଜଣେ ଯୁବକ ସାନଘାଟି ପଟୁ ନିର୍ମଳଝର ଅଭିମୁଖେ ଆସୁଥିବା ବେଳେ ହଠାତ ନିର୍ମଳଝର କୁଟୁମ୍ବ କଲ୍ୟାଣ ମଣ୍ଡପ ନିକଟରେ ବାଇକ ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଯାହା ଫଳରେ ବାଇକ ରୁ ତଳେ ପଡ଼ି ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇ ଥିଲା । ଗୁରୁତର ଆହତ ଯୁବକ ଜଣଙ୍କ ତେବେ କୋଦଳା ଥାନା ଅଂଚଳର ଉତ୍ତମ ଦାସ ବୋଲି ଜଣାପଡିଛି ।