ମଦନ ମୋହନଙ୍କ ବିଶେଷ ପୂଜା ସହ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶହେ ୧୦ ତମ ବାମରା ମକର ଯାତ୍ରା ବିଧି ଆରମ୍ଭ ହୋଇଥିବା ଜଣାପଡିଛି। ଅନ୍ୟ ପଟେ ଆସନ୍ତା ୧୪ ତାରିଖ ଦିନ ହରିହର ମିଳନ ସହ ବାମରା ମକର ଯାତ୍ରା ଆରମ୍ଭ ହେବ। ଏହାକୁ ନେଇ ରବିବାର ରାତି ପ୍ରାୟ ୮ ଟା ସମୟରେ ଗୋବିନ୍ଦପୁର ଜଗନ୍ନାଥ ମନ୍ଦିର ପରିସର ରେ ପ୍ରଭୁ ମଦନ ମୋହନଙ୍କ ବିଶେଷ ପୂଜା ଅର୍ଚ୍ଚନା ତଥା ପହଣ୍ଡି ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇ ବିଭିନ୍ନ ବିଧି ଅନୁଷ୍ଠିତ ହୋଇଯାଇଛି।