ବାମରା ବ୍ଲକ ଅନ୍ତର୍ଗତ କେଛୁପାଣି ଠାରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନା ଅନୁସାରେ ବାମରା ସ୍ଥିତ ହରିପଡ଼ା ଗ୍ରାମର ସ୍ବର୍ଗତ ଭଦ୍ର କୁଜୁରଙ୍କ ପୁଅ ଯୁଗେଶ୍ୱର୍ କୁଜୁର ବୟସ ୨୫ ବର୍ଷ, କେଛୁପାଣି ଠାରେ ନିଜ ସମ୍ପର୍କୀୟ ଙ୍କ ଘରେ ରହି ମଜୁରୀ କାମ କରନ୍ତି। ବୁଧବାର ଦିନ ସେ ରେଳ ଲାଇନ୍ ପାରି ହେଇ ଇଟା ଭାଟି କୁ କାମ କରିବା କୁ ଯାଉଥିବା ବେଳେ ଦୃତଗତି ରେ ଆସୁଥିବା ଏକ ଟ୍ରେନ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ସୁଛନ୍ ପାଇ ବାମରା ରେଳବାଇ ପୋଲିସ୍ ଅଧିକାରୀ ଅରୁଣ ଭଇଁସାଲ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ