ପିପିଲି: ସିଉଳା ଛକରେ କାର ଧକ୍କାରେ ବାଇକ୍ ଚାଳକ ଗୁରୁତର, ସିସିଟିଭି ରେ କଏଦ ହେଲା ଦୁର୍ଘଟଣା ଦୃଶ୍ୟ
Pipili, Puri | Sep 18, 2025 ଆଜି ଅପରାହ୍ନ ଚାରିଟାରେ ପିପିଲି ଥାନା ଅନ୍ତର୍ଗତ ସିଉଳା ଛକରେ ଏକ କାର ଧକ୍କା ରେ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇ ମେଡିକାଲ୍ ରେ ଭର୍ତ୍ତି ହୋଇଛନ୍ତି। ସେ ସ୍ଥାନିୟ ଅଂଚଳର ହୋଇଥିବା ନେଇ ସୁଚନା ମିଳିଛି। ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଦୁର୍ଘଟଣା ଗ୍ରସ୍ତ କାର ବାଇକକୁ ଜବତ କରି ତଦନ୍ତ ଜାରି ରଖିଛି। ଦୁର୍ଘଟଣା ସମୟର ଦୃଶ୍ୟ ପାଖରେ ଏକ ଦୋକାନରେ ଲାଗିଥିବା ସିସିଟିଭି ରେ ରେକର୍ଡ ହୋଇଛି।