ଜୁଜୁମୁରା: ଜାମଟାଲ ଠାରେ ଚିପ୍ସ ବୋଝେଇ ହାଇୱାକୁ ଧକ୍କା ଦେଲା ଆସ ବୋଝେଇ ଟ୍ରକ
ଜାମଟାଲ ଠାରେ ଚିପ୍ସ ବୋଝେଇ ହାଇୱାକୁ ଧକ୍କା ଦେଲା ଆସ ବୋଝେଇ ଟ୍ରକ ।ସମ୍ବଲପୁର କଟକ 55 ନଂ ଜାତୀୟ ରାଜପଥର ଜୁଜୁମୁରା ଥାନା ଅନ୍ତର୍ଗତ ଜାମଟାଲ ଛକରେ ବୁଧବାର ଅପରାହ୍ନରେ ଏକ ଚିପ୍ସ ବୋଝେଇ ଟ୍ରକ କୁ ଆସି ବୋଝେଇ ଟ୍ରକ ଧକ୍କା ଦେଇଛି ।ଫଳରେ ଉଭୟ ଗାଡ଼ିର କ୍ଷୟକ୍ଷତି ହୋଇଥିବା ବେଳେ କେହି ମୃତାହତ ହୋଇନାହାନ୍ତି । ସୂଚନାଯୋଗ୍ୟ ଯେ ରେଢ଼ାଖୋଲ ପଟରୁ ଚିପ୍ସ ବୋଝେଇ ହାଇୱା ଜାମଟାଲ ଗାଁ ଭିତରକୁ ଯାଉଥିବା ବେଳେ ଏକ ଆସ ବୋଝେଇ ଟ୍ରକ ଆସି ତାକୁ ଧକ୍କା ଦେଇଥିଲା । ଖବରପାଇ ଘଟଣାସ୍ଥଳରେ ଜୁଜୁମୁରା ପୋଲିସ ପହଞ୍ଚି ଦୁଇ ଟ୍ରକ କୁ ଜବତ କରି ତଦନ୍ତ କରୁଛି ।